ମାଆ - Blogs by Sangram Keshari Senapati

Sunday 14 May 2017

ମାଆ

ମାଆ ଏକ ଏମିତି ଶବ୍ଦ ଯାହାର ଅର୍ଥ ଯିଏ ବୁଝିଛି ସେ ହିଁ ଜାଣିଛି । ଦୁନିଆରେ ମାଆ'ର ଋଣ କେହି କେବେ ସୁଝିପାରିବେନି ବୋଲି ସଭିଏଁ କ‌ହ‌ନ୍ତି ଆଉ ହଁ ଏଇଟା ବି ସତ । ଖାଲି ମାଆ ନୁହେଁ ମାଆ ସ‌ହ ବାପାଙ୍କର ଋଣ ବି କେହି କେବେ ସୁଝିପାରିବେନି । ଏବେ ଏବେ ତ ଗୋଟେ ନୂଆ ପ୍ରଥା ଚାଲିଛି । ସବୁ କିଛି କାମ ପାଇଁ କିଛି ନା କିଛି ଦିବସ ପାଳନ କରୁଛେ । ଏମିତିକି ମାଆ ପାଇଁ ବି ମାତୃଦିବସ । ମାତୃ ଦିବସ ପାଳନ ଏକ ଭଲ କଥା, ମାତ୍ର ବାକି ୩୬୪ ଦିନ ସେ ପ୍ରେମ ଆଉ ଭଲ ପାଇବା କାଇଁ ।


ମାଆ ଗୋଟେ ପିଲାକୁ ଜନ୍ମଦେବା ଆଗରୁ କେତେସାରା କଷ୍ଟ ସ‌ହିଥାଏ । ଜନ୍ମହେବାପରେ ସେ ତା ପିଲା ପାଇଁ ସବୁକିଛିକୁ ହସି ହସି ସାମ୍ନା କରିଥାଏ । ହେଲେ ପିଲା ସେ ମାଆ ପାଇଁ ଟିକେ ସମୟ ବାହାର କରିପାରବେନି । କେବେ ଫୋନ କରିବାକୁ ବି ସମୟ ପାଏନି । ହେଲେ Mother's Dayରେ ଫଟୋ ସ‌ହ ହାସ୍‌ଟ୍ୟାଗ୍ ଯୋଡ଼ିଦିଏ #HappyMothersDay, #LoveYouMaa #MadeByMom "MOM SAYS" ଇତ୍ୟାଦି ଇତ୍ୟାଦି । ହେଲେ କେବେ ମାଆ କେମିତି ଅଛି, ମାଆ କ'ଣ ଚାହୁଁଛି, ସେ ବିଷୟରେ ଜାଣିବାକୁ ଚାହିଁଛନ୍ତି? ମାଆ ଆପଣମାନଙ୍କ ପାଇଁ କ'ଣ କରିଛି କେବେ ମନେ ପକାଇଛନ୍ତି?

ମାଆ କେବେ କୌଣସି ପିଲାର ଅମଙ୍ଗଳ ଚାହେଁନି । ସେ ଚାହୁଁଥାଏ ସବୁବେଳେ ତା' ପୁଅ ତା ଜୀବନରେ ଉନ୍ନତି କରୁ । ଆଉ ଆପଣମାନଙ୍କର ଉନ୍ନତି ଦେଖିକି ଇର୍ଷା କରୁନଥିବା ଲୋକମାନେ ହେଲେ ଆପଣଙ୍କର ପିତାମାତା ଏବଂ ଗୁରୁ । ସେମାନେ କେବେ ବି ଆପଣଙ୍କର ସଫଳତାରେ ଇର୍ଷାନ୍ୱୀତ ହୁଅନ୍ତିନି । ସେଥିପାଇଁ କୌଣସି ମାଆ ବି କେବେ ଚାହେଁନି କି ତା' ପୁଅ ତା'ର କାର୍ଯ୍ୟକୁ ଛାଡ଼ି ସବୁଦିନେ ତା' ପାଖରେ ରହୁ ବୋଲି । ସେ ତ ସବୁବେଳେ ତା' ପୁଅ କି ଝିଅ କେମିତି ଖୁସିରେ ରହିବ, ସେକଥା ଚିନ୍ତା କରୁଥାଏ । ତା' ପିଲା କ'ଣ କରୁଛି, କେମିତି ଅଛି, ସେହି ବିଷୟରେ ସେ ସଦା ଜାଣିବାକୁ ବ୍ୟଗ୍ର ଥାଏ । ଏମିତିକି କେବେ କେବେ ଆମେ ମାଆ ସାଙ୍ଗରେ ପଦୁଟିଏ କଥା ହେବାକୁ ସମୟ ପାଉନା ହେଲେ ଅଯଥାରେ ଅନ୍ୟକାର୍ଯ୍ୟରେ ଘଣ୍ଟାଘଣ୍ଟା ସମୟ ନଷ୍ଟ କରୁ ।

ଆଜି ବି ବିଶ୍ୱ ମାତୃ ଦିବସ । ବର୍ଷସାରା ଖାଲି ଆଜିର ଦିନରେ ମାଆକୁ ମନେପକାଇଲେ ହେବେନି । ବାକି ୩୬୪ ଦିନ ବି ମାଆ କଥାକୁ ମନେ ପକାଇବାକୁ ପଡ଼ିବ । ଦୁନିଆରେ ସବୁ ମାଆମାନଙ୍କୁ ବିଶ୍ୱ ମାତୃଦିବସର ଅଭିନନ୍ଦନ । କିଛି ନ ହେଲେ ଦିନରେ ୫ମିନିଟ ମାଆ ସ‌ହ ଫୋନ‌ରେ କଥା ହେଇକି ଦେଖନ୍ତୁ ଆପଣଙ୍କର ମାଆ କେତେ ଖୁସି ହେବ ।

No comments:

Post a Comment