ସାଥୀ - Blogs by Sangram Keshari Senapati

Thursday 9 March 2017

ସାଥୀ

ଜୀବନରେ ଅନେକ ଲୋକ ଥା'ନ୍ତି, ଯେଉଁମାନେ ଏକୁଟିଆ ଚାଲିବା ଶିଖିନଥାନ୍ତି । ସେମାନେ ସଦାସର୍ବଦା କାହାର ନା କାହାର ହାତ ଧରି ବାଟ ଚାଲୁଥାନ୍ତି । ଆଉ ବି କେହି କେହି ଅଛନ୍ତି, ସେମାନେ କୌଣସି ଲୋକର ହାତ ନ ଧରି ଏକୁଟିଆ ଚାଲିବା ଶିଖିଥାନ୍ତି । ସେମାନେ ତାଙ୍କ ପାଇଁ ସବୁକିଛି ଏକୁଟିଆ ନିର୍ଦ୍ଦାରଣ କରିଥାନ୍ତି, ସବୁବେଳେ ଏକା ଏକା ରହିବାକୁ ପସନ୍ଦ କରନ୍ତି, କାହା ସ‌ହ ବେଶି ମିଶନ୍ତିନି । ଆଉ ବି କିଛି ଅଛନ୍ତି ସେମାନେ ଏକା ଏକା ବଢ଼ିଛନ୍ତି, ମାତ୍ର ସାଥୀଟିଏ ଖୋଜି ବୁଲନ୍ତି ଆଗକୁ ବଢ଼ିବାକୁ । ହେଲେ ସବୁବେଳେ କ'ଣ ସଭିଙ୍କୁ ସାଥିଟିଏ ମିଳିଥାଏ କି?


କେବେ କେବେ କାହାଙ୍କୁ ଅନେକ ସାଥୀ ମିଳିଥାନ୍ତି ତ କେବେ ପୁଣି ଖୋଜିଲେ ବି ମିଳେଲେ । ସତ କଥା ହେଉଛି ଏହି ସବୁ ହିଁ ଆମର ଭାଗ୍ୟ ବଳରେ ମିଳିଥାଏ । ଆଉ ଖାଲି ଯେ ମଣିଷ‌ଟିଏ ହିଁ ମଣିଷର ସାଥୀ ହୋଇପାରିବ, ସେ କଥା ନୁହଁ, କାହାର କାହାର ଗୀତ, ବ‌ହି, ଜୀବଜଗତ ଆଦି ସାଥି ହୋଇଥାନ୍ତି । ସତ କ‌ହିବାକୁ ଗଲେ ସମସ୍ତଙ୍କର କେହି ନା କେହି ସାଥୀ ଥା'ନ୍ତି । ହୁଏତ କାହା ପାଖରେ ମଣିଷ ରୂପକ ସାଥୀଟିଏ ଥାଇ ନ ପାରେ, ମାତ୍ର ତାଙ୍କ ପାଖରେ ଆଉ କିଛି ସାଥୀଟିଏ ଭଳି ଛାଇ ହୋଇ ରହିଥିବା । ଅନାଥ ଶିଶୁଟିଏ ହେଲେ ବି ତା' ପାଖରେ କେହି ନଥାନ୍ତି ବୋଲି ସଭିଏଁ ଭାବନ୍ତି, ହେଲେ ପ୍ରକୃତରେ ତା' ପାଖରେ ସଭିଏଁ ଥାନ୍ତି । ସେ ଜୀବନରେ ଆଗକୁ ଆଗକୁ ବଢ଼ିବାରେ ଯାହା କିଛିକୁ ସାହାରା ଭାବରେ ଗ୍ରହଣ କରେ, ସେମାନେ ହିଁ ତା'ର ସାଥୀ । ସେଥିପାଇଁ ସାଥୀ ସଭିଙ୍କ ପାଖରେ ଥା'ନ୍ତି । ହଁ କେହି କେହି କୁହ‌ନ୍ତି କି ସାଥୀ ବିନା ଜୀବନ ଏକା ଏକା । ହଁ କାହା ସ‌ହ ନିଜ କଥା ବାଣ୍ଟିବାକୁ କେହି ନ ଥାନ୍ତି, ମାତ୍ର ଜୀବଜଗତର କେହି ନା କେହି ସେହି ସବୁ କଥାକୁ ଶୁଣି ତାଲୁ ସେ ବିଷୟରେ କିଛି ଶିଖେଇଦିଏ ।

କେବେ କେବେ ମାନବ ସାଥୀଟିଏ ବି ଲୋକଙ୍କୁ ନିଶ୍ଚତରୂପେ ଲୋଡ଼ା । କାରଣ ବାକିସବୁ ସାଥୀମାନେ ଅନେକ କଥା ଶିଖେଇଥାନ୍ତି ଆଉ ସେମାନେ ସଭିଙ୍କୁ ଶିଖେଇଥାନ୍ତି । ହେଲେ ଆମେ ସେ ସବୁକୁ ଠିକ୍‌ରେ ଜାଣିପାରୁନା । ସେଇଥିପାଇଁ ଆମମାନଙ୍କ ଜୀବନରେ ବି ସବୁବେଳେ କିଛି ନା କିଛିକୁ ଦର୍ଶେଇବାକୁ ସାଥୀଟିଏ ଲୋଡ଼ । ସାଥୀଟିଏ ଆମ ସ‌ହ କିଛି ସମୟ ବିତାଇଲେ, ଆମେ ଆମର ସବୁକିଛିକୁ ଭୁଲିଯାଇ ପୁଣିଥରେ ସ୍ୱଭାବିକ ହେଇଯାଉ । ସାଥୀଟିଏ ଥିଲେ ନା ଲୋକେ ତା' ଉପରେ ଅନେକ କିଛି ଭରଷା କରନ୍ତି । ବାଟ ଚାଲିବା ପାଇଁ ସେ ସର୍ବଦା ଆମ ସ‌ହ ରହିଥାଏ । ଜୀବନରେ କିଛି ବିପଦ କି ଅସୁବିଧା ଆସିଲେ, ସେ ସେହି ସବୁ ଅସୁବିଧାକୁ ଦୃଢ଼ତାର ସ‌ହ ସାମ୍ନାକରିବାର ବଳ ଦେଇଥାଏ । ଲୋକଙ୍କ ପାଖରେ ସବୁବେଳେ କେହି ନା କେହି ସାଥୀ ହୋଇ ରହିଥାନ୍ତି, ଆଉ ସର୍ବଦା ସେମାନେ ଚାହାନ୍ତି କି ସବୁବେଳେ ତାଙ୍କୁ ସେହିଭଳି ମନୋଲାଖି ସାଥିଟିଏ ମିଳିଯାଉ । କେବେ କାହରା ସାଥ ଖରାପ ନ ଥାଏ, ଜୀବନରେ ଆବଶ୍ୟକ ପଡ଼ୁଥିବା ରଙ୍ଗକୁ ନେଇ କେହି କେହି ସାଥୀ ଆସନ୍ତି ଏବଂ ଚାଲିଯାଆନ୍ତି ।

No comments:

Post a Comment