ମାନସିକ ଚିନ୍ତାଧାରା - Blogs by Sangram Keshari Senapati

Wednesday 30 November 2016

ମାନସିକ ଚିନ୍ତାଧାରା

ଏହି ଲେଖାଟି ଆମେ ଭୋଗୁଥିବା କିଛି ଅସୁବିଧାର କାରଣ ସମ୍ବନ୍ଧରେ ଲେଖାଯାଇଛି ।

ଆମେମାନେ ଓଡ଼ିଶାରେ ବିଭିନ୍ନ ପ୍ରକାରର ରାସ୍ତାରେ ଯାତାୟତ କରୁଛେ । ସେହି ସବୁ ରାସ୍ତାଗୁଡ଼ିକ କୋଉଠି ଅଣଓସାରିଆ ତ ପୁଣି କୋଉଠି ଭାଙ୍ଗିଯାଇଛି ଆଉ ଏହି ସବୁ କାରଣ ପାଇଁ ଆମେ ସରକାରଙ୍କୁ ଅତି ସନ୍ତର୍ପଣରେ ଦୋଷାରପ କରିଥାଉ । ଏମିତି କିଛି ମଧ୍ୟ ଘଟଣା ଘଟୁଛି, ଯାହା ଆମ ଦ୍ୱାରା ସୃଷ୍ଟି ହେଉଛି କିନ୍ତୁ ଆମେ ସେଇଟା ପ୍ରଶାସନର ଭୁଲ ବୋଲି ବତେଇ ଚୁପ ଚାପ ବସିଯାଉଛେ ।
ଆଜିକାଲି ସ‌ହର ବଜାର ମାନଙ୍କରେ ପୌରପାଳିକା ତରଫରୁ କଙ୍କ୍ରିଟ୍ ରାସ୍ତା ତିଆରି ହେଉଛି, ଜଳ ନିଷ୍କାସନ ପାଇଁ ଡ୍ରେନର ମଧ୍ୟ ବ୍ୟବସ୍ଥା କରା‌ଯାଉଛି, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଡଷ୍ଟବିନମାନ ମଧ୍ୟ ରଖାଯାଉଛି । ଏତେ ସବୁ ସୁବିଧା କରିବା ପରେ ମଧ୍ୟ ଅଳ୍ପ ବର୍ଷାରେ କଙ୍କ୍ରିଟ ରାସ୍ତା ଉପରେ କାଦୁଅ ହେଇଯାଉଛି, ବର୍ଷାଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ଡ୍ରେନରେ ବର୍ଷାଜଳ ନିଷ୍କାସିତ ହେବା ପରିବର୍ତ୍ତେ ରାସ୍ତା ଉପରେ ଜଳ ପ୍ରବାହିତ ହୋଇଥାଏ ।

ଏହି ସବୁ କାରଣ ପାଇଁ ଆମେ ସରକାର ତ‌ଥା ପ୍ରାଶାସନ‌କୁ ସଦାସର୍ବଦା ଦାୟୀ କରିଥାଉ । ହଁ ପ୍ରଶାସନର କିଞ୍ଚିତ ଅବେହେଳା ରହୁଛି, ମାତ୍ର ସବୁକିଛି ଖାଲି ପ୍ରଶାସନ ବୁଝିବ ବୋଲି ତ ନାହିଁ । ଆମର ମଧ୍ୟ କିଛି କର୍ତ୍ତବ୍ୟ ତ‌ଥା ଦାୟିତ୍ୱ ଅଛି । ପ୍ରଶାସନ ତରଫରୁ କଙ୍କ୍ରିଟ ରାସ୍ତାଟିଏ ନିର୍ମାଣ ହେବା ବେଳେ ତ ଅନେକ ଦୁର୍ନୀତି ହେଉଛି ଏବଂ ରାସ୍ତାଟିର ନିର୍ମାଣର ମାନ କମୁଛି । ରାସ୍ତାଟି ନିର୍ମିତ ହୋଇଯିବା ପରେ ଲୋକମାନେ ସେହି ରାସ୍ତାଟିକୁ ମଧ୍ୟ ନିଜ କାମରେ ଲାଗାଇ ଦେଉଛନ୍ତି, ଯେପରିକି ସେହି ରାସ୍ତା ପରେ ବାଲି କୁଢ଼େଇବା, ଧାନ ସୁଖାଇବା, ଇତ୍ୟାଦି ଇତ୍ୟାଦି । ଏହି ସବୁ ଜିନିଷକୁ ଉଠାଇକି ନେବା ପରେ ମଧ୍ୟ କିଛି ମାଟି ଅଂଶ ସେହି ରାସ୍ତା ଉପରେ ଜମିକି ରହୁଛି । ତେଣେ ଅଳିଆ ଆବର୍ଜନାକୁ ପକାଇବା ପାଇଁ ରଖାଯାଇଥିବା ଡଷ୍ଟବିନ ବଦଳରେ ଲୋକମାନେ ଜଳ ନିଷ୍କାସନ ପାଇଁ ନିର୍ମୀତ ହୋଇଥିବା ଡ୍ରେନମାନଙ୍କରେ ପକାଇ ଦେଉଛନ୍ତି । ସେହି ସବୁ ଅଳିଆ ଭିତରୁ କିଛି ପରିମାଣରେ ଭାସିଯାଉଥିବା ବେଳେ ଆଉ କିଛି ସେହି ସ୍ଥାନରେ ପଡ଼ି ରହୁଛି । ଏମିତି ସବୁ ପଡ଼ିବା ଦ୍ୱାରା ଡ୍ରେନଟି ମଧ୍ୟ ଆସ୍ତେ ଆସ୍ତେ ପୋତି ହେବାରେ ଲାଗିଥାଏ ।

ଏହି ସବୁ ଭିତରେ ହଠାତ ଦିନେ ଅଦିନିଆ ବର୍ଷାଟିଏ ହୋଇଗଲେ ବର୍ଷାଜଳର ନିଷ୍କାସନ ଡ୍ରେନରେ ପର୍ଯାପ୍ତ ପରିମାଣରେ ଜଳ ନିଷ୍କାସିତ ହୋଇପାରି ନ ଥାଏ । ସେହି ଜଳ ସବୁ ରାସ୍ତା ଉପରକୁ ଆସିଯାଇଥାଏ । ଡ୍ରେନରୁ ଜଳ ରାସ୍ତାକୁ ଆସିବା ଭିତରେ ଡ୍ରେନରେ ପୋତି ହୋଇ ରହିଥିବା କିଛି ବର୍ଜ୍ୟବସ୍ତୁ ମଧ୍ୟ ରାସ୍ତାକୁ ଆସିଯାଏ ଏବଂ ଆଗରୁ ରାସ୍ତା ଉପରେ ଗଚ୍ଛିତ ଥିବା କିଛି ବାଲି, ମାଟି ସ‌ହ ମିଶି ରାସ୍ତାକୁ ମଧ୍ୟ ଖରାପ କରାଏ । ଏହି ସବୁ କାରଣରୁ ଆମମାନଙ୍କୁ ରକ୍ଷା ପାଇବାକୁ ହେଲେ ଆମକୁ ଆମର ଘରୁ ବାହାରୁଥିବା ସମସ୍ତ ଅଳିଆ କିମ୍ବା ବର୍ଜ୍ୟବସ୍ତୁର ସୁବିନିଯୋଗ କରିବା ସ‌ହ ଉଚିତ ସ୍ଥାନରେ ପକାଇବା ଦରକାର । ଆମ ଘର ଆଗରେ ରହିଥିବା ରାସ୍ତାଟିକୁ ସଫା କରିବା କାର୍ଯ୍ୟ ଆମର । କାରଣ ପ୍ରଶାସନ ସବୁକିଛି କରିପାରିବ ନାହିଁ, ଯେବେଯାଏ ଆମେ ସଜାଗ ନ ହୋଇଛି ଆମର କେବେହେଲେ ଉନ୍ନତି ହୋଇପାରିବ ନାହିଁ ।

ସେହିଭଳି ଆମେ ରାସ୍ତାରେ ଯିବାବେଳେ ଅନେକ ସମୟରେ ଗାଡ଼ି ଜାମ ହୋଇଯାଇଥାଏ । ଏହାର ଏକମାତ୍ର କାରଣ ହେଉଛି, ଲୋକମାନଙ୍କ ପାଖରେ ଧୈର୍ଯ୍ୟ ଶକ୍ତିର ଅଭାବ । ଏକ ଅଣଓସାରିଆ ରାସ୍ତାରେ ଗୋଟିଏ ଗାଡ଼ିଟି ଅପରପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଛୋଟ ଛୋଟ ଗାଡ଼ିରେ ଆସୁଥିବା କିଛି ଲୋକ ଆଗେ ପ‌ହ‌ଞ୍ଚିବା ଲକ୍ଷରେ ଡାହାଣ ପଟକୁ ମାଡ଼ିଯାଆନ୍ତି ଏବଂ ତାଙ୍କ ଦେଖାଦେଖି ଆଉ କିଛି ଛୋଟ ଗାଡ଼ିବାଲାଏ ଡାହାର ପଟକୁ ମାଡ଼ିଯାଇଥାନ୍ତି । ଏହା ଫଳରେ ବୀପରିତ ଦିଗରୁ ଆସୁଥିବା ବଡ଼ ଗାଡ଼ି କିମ୍ୱା ଛୋଟ ଗାଡ଼ିଟିକୁ ଯିବା ପାଇଁ ଆଉ ରାସ୍ତା ମିଳେନି । ଏହି ସବୁ କାରଣ ପାଇଁ ଅନେକ ସମୟରେ ରାସ୍ତାରେ ଜାମ ହୋଇଥାଏ ।

ଯଦି ଏହି ସମୟରେ ଛୋଟ ଗାଡ଼ିବାଲାଏ ଡାହାଣ ପଟକୁ ନ ଯାଇ ମାତ୍ର କେଇ କ୍ଷଣ ବାମ ପଟରେ ଅପେକ୍ଷା କରିଥାନ୍ତେ, ତାହେଲେ ରାସ୍ତା ଜାମ ହେବା ବଦଳରେ ସବୁ ଗାଡ଼ିଗୁଡ଼ିକ ସୁରୁଖୁରୁରେ ଯାତାୟତ କରିପାରନ୍ତେ । ଏହି ସବୁ କାରଣ ପାଇଁ ଆମେ ପ୍ରଶାସନ‌କୁ ହିଁ ଦାୟୀ କରୁ କି ପ୍ରଶାସନ ରାସ୍ତା କାହିଁକି ବଡ଼ କରୁନାହାନ୍ତି । ସେପଟେ ପ୍ରଶାସନ ରାସ୍ତା ବଡ଼ କରିବାକୁ ଚାହିଁଲେ ରାସ୍ତାର ଜାଗାକୁ ଅବରୋଧ କରି ରଖିଥିବା ଲୋକମାନେ ପୁନଃ ପ୍ରଶାସନ‌କୁ ହିଁ ଦାୟୀ କରିଥାନ୍ତି । ତେଣୁ ଆମେ ସର୍ବଦା ପ୍ରାଶାସନ‌କୁ ଦାୟୀ କରିବା ପରିବର୍ତ୍ତେ ପ୍ରଶାସନ କରୁଥିବା କିଛି କାର୍ଯ୍ୟରେ ତାଙ୍କୁ ସ‌ହଯୋଗ କଲେ ଅନ୍ତ‌ତଃ ପକ୍ଷେ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ନ ଥାନ୍ତା ।

No comments:

Post a Comment