ଆମେ ମଣିଷମାନେ ବହୁତ ବଢ଼ିଆ ଲୋକମାନେ । ଆମେ ସଭିଙ୍କୁ ଅତି ଆଦର ଯତ୍ନରେ ପାଳିଥାଉ । ଏପରିକି ଆମେ ଆମ ଘରେ ଏହିଭଳି କୁକୁଡ଼ା ଚିଆଁକୁ ରଖିକି ମଧ୍ୟ ପାଳିଥାଉ । ଅତି ସ୍ନେହରେ ବି ଆମେ କେବେ କେବେ ଆମର ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ପାଳିଥାଉ । ଆମେ ପରା ମଣିଷ, ଭଗବାଙ୍କ ସୃଷ୍ଟିରେ ସବୁଠାରୁ ଅଧିକ ବଳଶାଳୀ ଆଉ ବୁଦ୍ଧିମାନ । ଆମ ପାଖରେ ତ ଅନେକ ପ୍ରକାରର ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ହୋଇଗଲାଣି, ଯାହା ଫଳରେ ଆମେ ସବୁକିଛିକୁ ସୁରୁଖୁରୁରେ କରିପାରୁଛି
Thursday 22 June 2017
ସ୍ୱାର୍ଥପର ଦୁନିଆ
Sangram Keshari Senapati
June 22, 2017
0
Tags
Gapu Photography,
My Photography,
Odia,
ଓଡ଼ିଆ ଲେଖା
Thursday 8 June 2017
ପ୍ରକୃତିର ସନ୍ତୁଳନ
Sangram Keshari Senapati
June 08, 2017
0
ପ୍ରକୃତି ଅଥବା ଧରଣୀ ଆମର ମାଆ ସମାନ । ଗାଇକୁ ବି ଆମେ ଆଦି ଯୁଗରୁ ମାଆ ଭାବରେ ପୂଜା କରିଆସିଛେ । ଯେମିତି ପିଲାଟିଏ ଛୋଟ ଥିଲାବେଳେ ତା' ମାଆର ଖିର ଖାଇ ଧିରେ ଧିରେ ବଡ଼ ହୋଇଥାଏ, ସେମିତି ଗାଇର ଖିରରେ ମଧ୍ୟ ଅନେକ ପ୍ରକାରର ଗୁଣବତ୍ତା ଥାଏ, ଯାହାକୁ ସଭିଙ୍କୁ ପୋଷଣ ଯୋଗାଇଥାଏ । ସେଇଥିପାଇଁ ଆମେ ଗାଇଙ୍କୁ ମଧ୍ୟ ମାଆର ଆଖ୍ୟା ଦେଇଆସିଛୁ । ହିନ୍ଦୁ ଧର୍ମରେ ଆମେ ଗାଇକୁ ଭଗବାନଙ୍କ ଆଶୀର୍ବାଦ ରୂପରେ ମାନିଛେ ଏବଂ ଗୋମାତାଙ୍କ ଦେହରେ ଅନେକ ଭଗବାନଙ୍କର ଅବସ୍ଥାନ ବୋଲି ମଧ୍ୟ ଆମେ ଜାଣିଛେ ।
Tuesday 6 June 2017
Procedures to Upload a photo to Commons Wikimedia
Sangram Keshari Senapati
June 06, 2017
0
Sunday 14 May 2017
ମାଆ
Sangram Keshari Senapati
May 14, 2017
0
ମାଆ ଏକ ଏମିତି ଶବ୍ଦ ଯାହାର ଅର୍ଥ ଯିଏ ବୁଝିଛି ସେ ହିଁ ଜାଣିଛି । ଦୁନିଆରେ ମାଆ'ର ଋଣ କେହି କେବେ ସୁଝିପାରିବେନି ବୋଲି ସଭିଏଁ କହନ୍ତି ଆଉ ହଁ ଏଇଟା ବି ସତ । ଖାଲି ମାଆ ନୁହେଁ ମାଆ ସହ ବାପାଙ୍କର ଋଣ ବି କେହି କେବେ ସୁଝିପାରିବେନି । ଏବେ ଏବେ ତ ଗୋଟେ ନୂଆ ପ୍ରଥା ଚାଲିଛି । ସବୁ କିଛି କାମ ପାଇଁ କିଛି ନା କିଛି ଦିବସ ପାଳନ କରୁଛେ । ଏମିତିକି ମାଆ ପାଇଁ ବି ମାତୃଦିବସ । ମାତୃ ଦିବସ ପାଳନ ଏକ ଭଲ କଥା, ମାତ୍ର ବାକି ୩୬୪ ଦିନ ସେ ପ୍ରେମ ଆଉ ଭଲ ପାଇବା କାଇଁ ।
Thursday 4 May 2017
Motivation to cure
Sangram Keshari Senapati
May 04, 2017
1
Saturday 29 April 2017
ଅକ୍ଷୟ ତୃତୀୟା
Sangram Keshari Senapati
April 29, 2017
0
ଓଡ଼ିଶାକୁ ଅନେକ କୃଷିଭିତ୍ତିକ ରାଜ୍ୟ ଭାବରେ ଗଣନା କରନ୍ତି । ଅବଶ୍ୟ କରିବା ଦରକାର । କୃଷି ଏବଂ କୃଷକ ଆଗେଇଲେ ଓଡ଼ିଶା ଆଗେଇବ । ଆଜିର ସେହି କୃଷି ଭିତ୍ତିକ ପର୍ବର ଅନୁକୂଳ କରାଯାଏ ଅକ୍ଷିମୁଠିର ଏବଂ ଆରମ୍ଭ ହୋଇଥାଏ ଚାଷ କାମର । ଅକ୍ଷୟ ତୃତୀୟା ଏକ ଶୁଭଦିନ । ତେଣୁ ଏହିଦିନରେ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ ।
Friday 28 April 2017
ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର
Sangram Keshari Senapati
April 28, 2017
0
ପ୍ରାଚୀନ ଓଡ଼ିଶା ବିଭିନ୍ନ ରାଜାମାନଙ୍କ ଶାସନ କାଳରେ ଭାଙ୍ଗି ଭାଙ୍ଗି ବିଭିନ୍ନ ଗଡ଼ଜାତରେ ପରିଣତ ହୋଇସାରିଥିଲା । ସେତେବେଳେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଆ ଭାଷାର ଅବନତି ଘଟିବାକୁ ଆରମ୍ଭ କରିଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସେମାନଙ୍କ ଭାଷା ଏବଂ ସଂସ୍କୃତି ଓଡ଼ିଶାରେ ଖେଳାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ । ସେତେବେଳେ ଓଡ଼ିଆମାନଙ୍କୁ ଏକାଠୀ କରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା । ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତି ଉପରେ ଜନଜାଗରଣ ସୃଷ୍ଟିକରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା ।
ସେହିସମୟରେ ଓଡ଼ିଶାର ଅନେକ ତୁଙ୍ଗନେତାଙ୍କ ଆପ୍ରାଣ ଉଦ୍ୟମରେ ଉତ୍କଳ ସମ୍ମିଳନୀର ଆୟୋଜନ କରାଯାଇଥିଲା, ଯାହାର ପ୍ରମୁଖ କର୍ତ୍ତା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ମହୋଦୟ । ଅନେକ ଆଶା ଆକାଂକ୍ଷାକୁ ନେଇ ଶେଷରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଓଡ଼ିଶା ଶେଷରେ ଭାଷା ଭିତ୍ତିରେ ରାଜ୍ୟର ମାନ୍ୟତା ପାଇଥିଲା, ଯାହାକି ଭାରତ ବର୍ଷର ପ୍ରଥମ ରାଜ୍ୟ ଥିଲା, ଯାହାକୁ ଭାଷା ଭିତ୍ତିରେ ରାଜ୍ୟ ଗଠନର ମାନ୍ୟତା ମିଳିଥିଲା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ମାତ୍ର ସେତେବେଳକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନାୟକ ମଧୁବାବୁ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । କିନ୍ତୁ ତାଙ୍କର ସେ ଆପ୍ରାଣ ଉଦ୍ୟମ ଏବଂ ଓଡ଼ିଶା ଜାତିକୁ ସର୍ବାଗ୍ରେ ଦେଖିବାର ସ୍ୱପ୍ନ ଓଡ଼ିଶା ଇତିହାସରେ ତାଙ୍କର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଦେଇଥିଲା ।
ମଧୁବାବୁ ପ୍ରଥମ ଓଡ଼ିଆ ଭାବରେ ବିଲାତ ଯାଇ ଓକିଲାତି ପଢ଼ିଥିଲେ । ପେଶାରେ ଜଣେ ଓକିଲ ହୋଇଥିଲେ ହେଁ ସେ ସର୍ବଦା ଗରିବମାନଙ୍କ ପାଇଁ ଏବଂ ଓଡ଼ିଶା ଭାଷାଭାଷୀମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ଉଦ୍ୟମରେ ମଧ୍ୟ ଓଡ଼ିଆ ମାନଙ୍କ ପ୍ରତି ଥିବା ତାଙ୍କର ଆନ୍ତରିକତା ବାରିହୋଇପଡ଼ୁଥିଲା । ଓଡ଼ିଆ ଜାତିର କଲ୍ୟାଣ ନିମନ୍ତେ ଏବଂ ଓଡ଼ିଶାର ଉନ୍ନତି ପାଇଁ ସେ କଟକରେ ଆରମ୍ଭ କରିଥିଲେ ଜୋତା କାରଖାନା, ଯେଉଁଠି ବେରୋଜଗାରୀ ଓଡ଼ିଆ ଯୁବକମାନେ ପାଉଥିଲେ କାମ ଏବଂ ଓଡ଼ିଶାର ଦାରିଦ୍ର ଦୂରିକରଣ ପାଇଁ ନେଇଥିଲେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଏତିକିରେ ତାଙ୍କର କ୍ଷାତି ସରିନଥିଲା । ସେହି ଜୋତା କାରଖାନାରୁ ବାହାରୁଥିଲା କେବଳ ଗୁଣାତ୍ମକମାନର ଜୋତା, ଯେଉଁ ଜୋତା ପାଇଁ କେହି ଓଡ଼ିଆଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି ନ ପାରିବ । ଏମିତିକି ଜୋତାର ମାନ ଟିକେ ଉଣା ହେଲେ ସେ ପୋଡ଼ିଦେଉଥିଲେ ଅନେକ ଜୋତା, ଯେଉଁଥିପାଇଁ ତାଙ୍କର ସେ କାରଖାନାଟି ଅଳ୍ପଦିନରେ ଋଣଭାରରେ ବୁଡ଼ିଯିବା ସହ ନିଲାମ ମଧ୍ୟ ହୋଇଯାଇଥିଲା । ପରେ ତାଙ୍କୁ ସରକାର ଦେବାଳିଆ ଘୋଷଣା କରିଥିଲେ ।
ମଧୁବାବୁ ପ୍ରଥମ ଓଡ଼ିଆ ଭାବରେ ବିଲାତ ଯାଇ ଓକିଲାତି ପଢ଼ିଥିଲେ । ପେଶାରେ ଜଣେ ଓକିଲ ହୋଇଥିଲେ ହେଁ ସେ ସର୍ବଦା ଗରିବମାନଙ୍କ ପାଇଁ ଏବଂ ଓଡ଼ିଶା ଭାଷାଭାଷୀମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ଉଦ୍ୟମରେ ମଧ୍ୟ ଓଡ଼ିଆ ମାନଙ୍କ ପ୍ରତି ଥିବା ତାଙ୍କର ଆନ୍ତରିକତା ବାରିହୋଇପଡ଼ୁଥିଲା । ଓଡ଼ିଆ ଜାତିର କଲ୍ୟାଣ ନିମନ୍ତେ ଏବଂ ଓଡ଼ିଶାର ଉନ୍ନତି ପାଇଁ ସେ କଟକରେ ଆରମ୍ଭ କରିଥିଲେ ଜୋତା କାରଖାନା, ଯେଉଁଠି ବେରୋଜଗାରୀ ଓଡ଼ିଆ ଯୁବକମାନେ ପାଉଥିଲେ କାମ ଏବଂ ଓଡ଼ିଶାର ଦାରିଦ୍ର ଦୂରିକରଣ ପାଇଁ ନେଇଥିଲେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଏତିକିରେ ତାଙ୍କର କ୍ଷାତି ସରିନଥିଲା । ସେହି ଜୋତା କାରଖାନାରୁ ବାହାରୁଥିଲା କେବଳ ଗୁଣାତ୍ମକମାନର ଜୋତା, ଯେଉଁ ଜୋତା ପାଇଁ କେହି ଓଡ଼ିଆଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି ନ ପାରିବ । ଏମିତିକି ଜୋତାର ମାନ ଟିକେ ଉଣା ହେଲେ ସେ ପୋଡ଼ିଦେଉଥିଲେ ଅନେକ ଜୋତା, ଯେଉଁଥିପାଇଁ ତାଙ୍କର ସେ କାରଖାନାଟି ଅଳ୍ପଦିନରେ ଋଣଭାରରେ ବୁଡ଼ିଯିବା ସହ ନିଲାମ ମଧ୍ୟ ହୋଇଯାଇଥିଲା । ପରେ ତାଙ୍କୁ ସରକାର ଦେବାଳିଆ ଘୋଷଣା କରିଥିଲେ ।
ମଧୁବାବୁ ଓକିଲ ଥିବାରୁ ତାଙ୍କୁ ଓଡ଼ିଶାର ମନ୍ତ୍ରିମଣ୍ଡଳରେ ମନ୍ତ୍ରିପଦରେ ମଧ୍ୟ ଅବସ୍ଥାପିତ କରାଯାଇଥିଲା, ମାତ୍ର କିଛି ଲୋକଙ୍କ କଟୋକ୍ତି ପାଇଁ ମଧୁବାବୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ଏବଂ ମାତୃଭୂମି ପ୍ରତି ଥିବା ତାଙ୍କର ପ୍ରେମକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ ।
୧୮୪୮ ମସିହା ଅପ୍ରେଲ ୨୮ରେ ଜନ୍ମଗ୍ରହଣ କରିଥିବା ମଧୁବାବୁ ଆଜି ବି ସାରେ ଓଡ଼ିଶାରେ ଚିରକାଳ ପାଇଁ ଅମର ହୋଇ ରହିଛନ୍ତି । ଆଜି ତାଙ୍କର ଜନ୍ମବାର୍ଷିକୀରେ ଶ୍ରଦ୍ଧେୟ ଶ୍ରଦ୍ଧାଞ୍ଜଳୀ ।
--------------------------------------------- End---------------------------------------------