Blogs by Sangram Keshari Senapati

Tuesday 23 June 2015

ଅମାନିଆ ପ୍ରେମ

Sangram Keshari Senapati June 23, 2015 0
ଅମାନିଆ ପ୍ରେମ
ଅନାମିକା ନାୟିକା ଟେ ଥରେ ହେଲା ମୋ ପ୍ରେମିକା,
ଗୁପ୍ତଚର ଲଗେଇ ଠିକଣା ତା ଆଣିଲି ଦେଇ କିଛି ଟଙ୍କା।

ହେଲା ଦୁର୍ଗାପୂଜା ଛୁଟି chat କଲି facebookରେ,
କଲେଜ ରେ ଦେଖାହେଲା ପରେ ପଛକୁ ବୁଲିକି ହସିଲା ଥରେ।

ଯେବେ ହୁଏ ଦେଖା ମୁରୁକି ହସି ଯାଏ ସେ ଚାଲି,

Thursday 21 May 2015

ମୋ ପ୍ରେମିକା

Sangram Keshari Senapati May 21, 2015 0
ମୋ ପ୍ରେମିକା
ଶୋଇବାକୁ ଚାହିଁଲେ ବି ମୁଁ ପାରୁନି ଶୋଇ,
ପ୍ରେମ ମୋ ବଢ଼ିଯାଏ ତମ ଉଷ୍ମ ସ୍ପର୍ଶ ପାଇ ।

ତମର ମୋର ଏହି ପ୍ରେମ ସଦା ହେଉ ଅମର,
ତମେ ରୁହ ହୋଇ ମୋ ପ୍ରେମିକା ମୁଁ ପ୍ରେମିକ ତମର ।

Sunday 19 April 2015

ଶିକ୍ଷା ଓ ସମାଜ

Sangram Keshari Senapati April 19, 2015 0
ଶିକ୍ଷା ଓ ସମାଜ
ସଂସ୍କୃତି ଓ ସମାଜ ପରସ୍ପରର ପରିପୂରକ ହୋଇଥାଆନ୍ତି । ସମାଜକୁ ଛାଡ଼ି ସଂସ୍କୃତି କିମ୍ବା ସଂସ୍କୃତି ବିନା ସମାଜ ଗଠନ ଅସମ୍ଭବ କ‌ହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ମନୁଷ୍ୟକୁ ତା'ର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଇଥାଏ ଏବଂ ଜଣେ ସାମାଜିକ ଜୀବ ହିସାବରେ ଅବତୀର୍ଣ୍ଣ କରାଇଥାଏ । ସମାଜରେ ସମସ୍ତଙ୍କ ପ୍ରତି ମଣିଷର ବିଭିନ୍ନ କର୍ତ୍ତବ୍ୟ ରହିଛି । ଏହିସବୁ ମୌଳିକ ସଂସ୍କୃତି ମନୁଷ୍ୟକୁ ମୁଖ୍ୟତଃ ଶିକ୍ଷା ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ । ଶିକ୍ଷା ମାଧ୍ୟମରେ ମଣିଷର ସାଧନା ବା ଅଧ୍ୟବସାୟର ଆବଶ୍ୟକତା ରହିଛି । ଏହି ସାଧନା ହିଁ ମଣିଷକୁ ଦେଇଥାଏ ସେ ସଫଳତାର ଚାବିକାଠି । ସଫଳତା ଯେ ଖାଲି ଅଧିକ ଅର୍ଥ ଉପାର୍ଜନ ନୁହେଁ, ମଣିଷରେ ଉଚିତ ବିଚାର ଏବଂ ତା'ର ଆଚାର ବ୍ୟବ‌ହାର ହେଉଛି ସେହି ସଫଳତା ।