ବିଦାୟ ୨୦୧୬ - Blogs by Sangram Keshari Senapati

Saturday 31 December 2016

ବିଦାୟ ୨୦୧୬

ଯାହାର ଆଦି ଅଛି, ତା'ର ଅନ୍ତ ଅଛି । ଯାହା ଆରମ୍ଭ ହୋଇଛି, ସେ ନିଶ୍ଚୟ ଶେଷ ହେବ । ଅନେକ ଉତ୍ସାହ ଆଉ ଆଡ଼ମ୍ବର ସ‌ହ ଆସିଥିଲା ନବ ବର୍ଷ ୨୦୧୬ । ଆଉ ଦିନ ପରେ ଦିନ ଗଡ଼ିଚାଲିଲା, ଶେଷରେ ତା'ର ବି ବିଦାୟର ସମୟ ଆସିଗଲା । ବିତିଗଲା ୩୬୬ଦିନ ଆଉ ସମୟ ସରିବାକୁ ବସିଲା । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଖୁବ୍ ନିକଟରେ ବିଦା ହେଇଯିବ ୨୦୧୬ ଏହି ଧରାପୃଷ୍ଠରୁ ଆଉ ପାଦ ଥାପିବ ୨୦୧୭ । ଆରମ୍ଭ ହେବ ଆଉ ଏକ ନବବର୍ଷ ।



ପ୍ରତ୍ୟେକ ମୁହୂର୍ତ୍ତରେ ଘଟୁଥିବା ଘଟଣା ମାତ୍ର କେଇ କ୍ଷଣରେ ହୋଇଯାଏ ଅତୀତ, ସେ ସବୁଯାକ ସ୍ମୃତି ହୋଇ ସାଇତା ହୋଇଯାଏ ଇତିହାସ ପୃଷ୍ଠାରେ । ସେହିଭଳି ୨୦୧୬ ବର୍ଷରେ ଘଟିଥିଲା ଅନେକ ଘଟଣା । ସେହି ସବୁ ଘଟଣାରୁ କିଛି ଥିଲା ଭଲ ଘଟଣା ଆଉ କିଛି ଖରାପ ଘଟଣା । ଭଲ ଘଟଣାମାନ ସାଇତା ହୋଇଥାଏ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଆଉ ଖରାପ ଘଟଣାମାନ ସବୁ ଶିଖାଇ ଦିଏ ସେ ସବୁ ଉପରେ ବିଜୟ ପାଇବାର ରାସ୍ତା । ଜଣେ ଲୋକ ସର୍ବଦା ମନଲାଖି ଭଲ ଜିନିଷ‌ଟିକୁ ପ୍ରାପ୍ତ କରିବାକୁ ଚାହିଁଥାଏ । କେବେକେବେ ସେହି ମନଲାଖି ଜିନିଷ‌ଟି ତାକୁ ମିଳିଥାଏ ତ କେବେ ମିଳିବାର ଅବଧି ଟିକେ ଦୂରେଇଯାଇଥାଏ । ଯାହାକୁ ତା'ର ମନଲାଖି ଜିନିଷ ମିଳିଯାଏ ତା' ପାଇଁ ସେହି ବର୍ଷ ହୁଏ ଶୁଭମୟ ଆଉ ଯାହାକୁ ମିଳିପାରେନି, ତା' ପାଇଁ ତ ସେତେଟା ଶୁଭମୟ ହୋଇ ନ ଥାଏ । ଅନେକ ଲୋକେ ଗୋଟିଏ ବର୍ଷକୁ ସେମାନଙ୍କ ପାଇଁ ଶୁଭ ମାନିଥିବା ବେଳେ ଅନେକ ଅଶୁଭ ମାନନ୍ତି ।

ମୁଁ ଆଶା କରୁଛି ଏହି ବର୍ଷରେ ଘଟିଥିବା ସମସ୍ତ ଦୁଃଖଦ କଥାକୁ ଭୁଲି ଆମେ ଆଗକୁ ଭଲ ପାଇଁ ଚିନ୍ତା କରିବା । ଆଉ ଆଗକୁ ଆସୁଥିବା ବର୍ଷରେ ସବୁଯାକ ଆଶା ପୂରଣ ହେଉ । ମହାପ୍ରଭୁ ଜଗନ୍ନାଥ ସଭିଙ୍କର ମଙ୍ଗଳ କରନ୍ତୁ ଏବଂ ସଭିଙ୍କୁ ଶୁଭାଷିସ ପ୍ରଦାନ କରନ୍ତୁ ।

ସଭିଙ୍କୁ ନୂଆବର୍ଷର ଅଭିନନ୍ଦନ ।

No comments:

Post a Comment