ଗୁରୁଦିବସରେ ଗଣେଶ ପୂଜା - Blogs by Sangram Keshari Senapati

Monday 5 September 2016

ଗୁରୁଦିବସରେ ଗଣେଶ ପୂଜା

ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନଂ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମଃ ।।


ସଦାସର୍ବଦା ଆମେ କୌଣସି ପୂଜାର ଆରମ୍ଭ କରିବା ଆଗରୁ, ଅଗ୍ରପୂଜ୍ୟ ଗଣେଶକୁ ପୂଜା କରିଥାନ୍ତି । ମହାଗଣେଶଙ୍କର ସାକ୍ଷାତ ଅବତାର ପ୍ରଭୁ ଗଣେଶ ଯେତେବେଳେ ପାର୍ବତୀ ମାଆଙ୍କର ଦ୍ୱାର ଜଗିଥିଲେ, ସେତେବେଳେ ସ୍ୱୟଂ ଶକ୍ତିଶାଳି ତ୍ରୀଶୁଳଧାରୀ ମହାଦେବ ଶିବ ମଧ୍ୟ ପ୍ରବେଶ କରିପାରିନଥିଲେ । ସେଥିପାଇଁ ତାଙ୍କୁ ପ୍ରଥମେ ପୂଜା କରାଯାଇ ଦ୍ୱାରପାଳ ରୂପେ ଜଗାଯାଏ, ଯେପରି କୌଣସି କୁଶକ୍ତି ପ୍ରବେଶ କରିପାରିବ ନାହିଁ । ପ୍ରତ୍ୟେକ ବର୍ଷ ପାର୍ବତୀନନ୍ଦନ ଗଣେଶ ଧରାପୃଷ୍ଠରେ ଅବତାରଣ କରନ୍ତି । ତାଙ୍କ ପରେ ପରେ ଅନ୍ୟ ଦେବାଦେବୀମାନେ ମଧ୍ୟ ଧରାପୃଷ୍ଠରେ ଅବତାରଣ କରନ୍ତି । ଏଇଥର ଗୁରୁଦିବସରେ ଗଣେଶ ଆସିଛନ୍ତି । ଗଣେଶ ହେଉଛନ୍ତି ସଂସ୍କୃତିର ପ୍ରତୀକ ଏବଂ ଗୁରୁ ହେଉଛନ୍ତି ଜ୍ଞାନର ପ୍ରତୀକ । ଜୀବନ‌କୁ ସୁନ୍ଦର କରି ଗଢ଼ି ତୋଳିବାକୁ ହେଲେ ଜ୍ଞାନ ଏବଂ ସଂସ୍କୃତିର ନିତ୍ୟାନ୍ତ ଆବଶ୍ୟକତା ଅଛି । ସେଥିପାଇଁ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଗୁରୁଦିବସରେ ଧରା ପୃଷ୍ଠକୁ ଆସିଛନ୍ତି ଲୋକମାନଙ୍କୁ ଚେତେଇ ଦେବାକୁ ।

ପବିତ୍ର ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ । ପାର୍ବଣର ଋତୁ ଆରମ୍ଭ ହେଲା ଏହା ପରେ ଲାଗିରହିବ ଆମର ବିଭିନ୍ନ ପୂଜା ।

No comments:

Post a Comment