ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା - Blogs by Sangram Keshari Senapati

Monday 5 September 2016

ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା

ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରେ ଜ୍ଞାନର ଆଲୋକ ପ୍ରଦାନ କରି ଆମ ଜୀବନ‌କୁ ସୁନ୍ଦର କରି ଗଢ଼ି ତୋଳନ୍ତି । କେବଳ ଯିଏ ଆମକୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଅନ୍ତି, ସେମାନେ ଖାଲି ଆମର ଗୁରୁ ନୁହ‌ନ୍ତି । ଆମ ଜୀବନରେ ଆମେ ଯାହାଠାରୁ କିଛି ବି ଶିକ୍ଷାଲାଭ କରିଥାଉ, ଏମିତି କି ସେ ବୟସରେ ଛୋଟ ହେଲେ ମଧ୍ୟ ସେ ଆମର ଗୁରୁ । ଗୁରୁଙ୍କ ସମ୍ମାନାର୍ଥେ ଆଜିର ଏହି ଗୁରୁ ଦିବସ ପାଳନ ଆମ ସମାଜରେ ଗୁରୁ-ଶିଷ୍ୟର ସମ୍ପର୍କ‌କୁ ଆହୁରି ନିବିଡ଼ କରୁଛି । ଗୁରୁଦିବସରେ ହିଁ କେବଳ ଗୁରୁଙ୍କୁ ପୂଜା କରାଯାଏନି ବରଂ ସବୁଦିନେ ହୃଦୟର ଏହି ମନ୍ଦିରରେ ଗୁରୁଙ୍କୁ ପୂଜା କରାଯାଏ । ଗୁରୁଙ୍କ ବିନା ଏହି ସମାଜ ଚାଲିପାରିବ ନାହିଁ ।
ପ୍ରତ୍ୟେକ କ୍ଷେତ୍ରରେ ଆମକୁ କାହାଠାରୁ କିଛି ନା କିଛି ଶିକ୍ଷା କରିବାକୁ ପଡ଼ିଥାଏ । ଜୀବନରେ ଆମେ ଯେତେ ଆଗକୁ ଆଗକୁ ଯିବା ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅନେକ ଗୁରୁଙ୍କ ଠାରୁ ବ‌ହୁତ କିଛି ଶିକ୍ଷା କରିବାକୁ ପଡ଼ିଥାଏ ।

ଗୁରୁଦିବସ ବିଷୟରେ କିଛି କ‌ହିଲା ବେଳେ ପ୍ରାୟ ଅନେକ ଗୋଟିଏ ବଡ଼ ଉଦାହରଣ ଦିଅନ୍ତି ଏକଲବ୍ୟ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର । ସେତେବେଳେ ଗୁରୁ ଦକ୍ଷିଣା ଦେବାକୁ ଯାଇ ଏକଲବ୍ୟ ଗୁରୁଙ୍କୁ ତାଙ୍କର ଆଙ୍ଗୁଠି ଦାନ କରିଦେଇଥିଲେ । ଏଥିରେ ଗୁରୁ ସ୍ୱାର୍ଥପର ଭଳି ଦୃଶ୍ୟ ହୁଅନ୍ତି କିନ୍ତୁ ପ୍ରକୃତ କଥା ସେପରି ନୁହେଁ । ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁ ଦକ୍ଷିଣା ମାଗିବା ଆଗରୁ ଏକଲବ୍ୟ ଏକ କାର୍ଯ୍ୟ କରିଥିଲେ, ଏକାଥରେ ଗୋଟିଏ କୁକୁର ମୁହଁରେ ୭ଟି ଶର ବିନ୍ଧିଦେଇଥିଲେ । ଗୋଟିଏ କୁକୁର ଭୁକିବାରୁ ସେ ତା'କୁ ସାତୋଟି ଶର ମାରିଦେଇଥିଲେ । ଯିଏକି ଗୋଟିଏ କୁକୁରର ସାମାନ୍ୟ ଭୁକିବାରେ ସାତୋଟି ଶର ବିନ୍ଧିଦେଇଥିଲେ । ଏହାର ଅର୍ଥ ହେଉଛି ସେ  ତାଙ୍କ ବିଦ୍ୟାର ଅପ‌ପ୍ରୟୋଗ କରିଥିଲେ, ସେଥିପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁଦକ୍ଷିଣାରେ ତାଙ୍କର ଆଙ୍ଗୁଠି ମାଗିଥିଲେ ।

ଗୁରୁ ହିଁ ସଦା ସର୍ବଦା ସମାଜର ତ‌ଥା ଶିଷ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି । ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଥାନ୍ତି । ଗୁରୁ ଦେଇଥିବା ଶିକ୍ଷାକୁ ସେମାନେ ଭଲ କାର୍ଯ୍ୟରେ ଲଗାଇବା ଦରକାର ।
ଆଜି ଏହି ଗୁରୁଦିବସରେ ଶପଥ କରିବା ଦରକାର କି ଆମେ ଆମର ଗୁରୁଙ୍କଠାରୁ ପାଇଥିବା ଶିକ୍ଷାକୁ ଉଚିତ ଏବଂ ସମାଜର ମଙ୍ଗଳ ପାଇଁ ପ୍ରୟୋଗ କରିବା ।

ଗୁରୁ ବ୍ରହ୍ମା...ଗୁରୁ ବିଷ୍ଣୁ... ଗୁରୁଦେବ ମହେଶ୍ୱର...!
ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମ...ତସ୍ମୈବ ଶ୍ରୀ ଗୁରୁବୈ ନମଃ ।

No comments:

Post a Comment