ଶିକ୍ଷା ଓ ସମାଜ

ସଂସ୍କୃତି ଓ ସମାଜ ପରସ୍ପରର ପରିପୂରକ ହୋଇଥାଆନ୍ତି । ସମାଜକୁ ଛାଡ଼ି ସଂସ୍କୃତି କିମ୍ବା ସଂସ୍କୃତି ବିନା ସମାଜ ଗଠନ ଅସମ୍ଭବ କ‌ହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ମନୁଷ୍ୟକୁ ତା'ର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଇଥାଏ ଏବଂ ଜଣେ ସାମାଜିକ ଜୀବ ହିସାବରେ ଅବତୀର୍ଣ୍ଣ କରାଇଥାଏ । ସମାଜରେ ସମସ୍ତଙ୍କ ପ୍ରତି ମଣିଷର ବିଭିନ୍ନ କର୍ତ୍ତବ୍ୟ ରହିଛି । ଏହିସବୁ ମୌଳିକ ସଂସ୍କୃତି ମନୁଷ୍ୟକୁ ମୁଖ୍ୟତଃ ଶିକ୍ଷା ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ । ଶିକ୍ଷା ମାଧ୍ୟମରେ ମଣିଷର ସାଧନା ବା ଅଧ୍ୟବସାୟର ଆବଶ୍ୟକତା ରହିଛି । ଏହି ସାଧନା ହିଁ ମଣିଷକୁ ଦେଇଥାଏ ସେ ସଫଳତାର ଚାବିକାଠି । ସଫଳତା ଯେ ଖାଲି ଅଧିକ ଅର୍ଥ ଉପାର୍ଜନ ନୁହେଁ, ମଣିଷରେ ଉଚିତ ବିଚାର ଏବଂ ତା'ର ଆଚାର ବ୍ୟବ‌ହାର ହେଉଛି ସେହି ସଫଳତା ।


ଏଣୁ ଶାସ୍ତ୍ରରେ କୁହାଯାଇଛି -

 "ଉଦ୍ୟମେ ହି ସିଦ୍ଧନ୍ତି କାର୍ଯାଣି ନ ମନାରଥୈଃ ।
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ ।।"


ଏହା ମଣିଷକୁ ଦୁଃସାହାସିକ ପ୍ରେରଣା ଯୋଗାଇଥାଏ । ତେବେ ଦୁଃସାହସିକତାର ଅର୍ଥ ଅପରିଣାମଦର୍ଶିତା ନୁହେଁ । ମଣିଷ ଦୁଃସାହସି ନ ହେଲେ ରହସ୍ୟ ଭେଦ କରିପାରିବ ନାହିଁ । କିନ୍ତୁ, କେବେ କେବେ ଗୁଡାଏ ଅନ୍ଧବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ସେ ନିଜର ସ୍ୱାଭାବିକତାକୁ ଭୁଲିଯାଇଥାଏ ଏବଂ ପଶୁଙ୍କ ପରି ଜୀବନଯାପନ କରିଥାଏ । ଦୁଃସାହସିକତା ଓ ପ୍ରତିକୂଳ ପରିବେଶ ମନୁଷ୍ୟ ଜୀବନ ସହ  ଓତପ୍ରୋତଃ ଭାବେ ଜଡ଼ିତ । ଏଣୁ ଜଣେ ମନୁଷ୍ୟ ଚେଷ୍ଟା ନ କରିବା ଅପେକ୍ଷା ଚେଷ୍ଟା କରି ଶତବାର ବିଫଳ ହେବା ବହୁଗୁଣରେ ଶ୍ରେୟସ୍କର ।

ମଣିଷ ଅଭିଜ୍ଞତାରୁ ଶିଖେ । ବିଫଳତା ତାକୁ ଦୁଃସାହାସୀ କରାଏ । ଜୀବନରେ ସୁଖ ଓ ଦୁଃଖ ପ୍ରତ୍ୟେକ ମୁହୁର୍ତ୍ତକୁ ଆପଣେଇ ନନେଲେ ମଣିଷ ଭିତରେ ମଣିଷ ପଣିଆର ଅଙ୍କୁରୋଦ୍‌ଗମ ହେବ ନାହିଁ ।

"ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଯାତି ପାତ୍ରତ୍ୱାମ୍ ।
ପାତ୍ରତ୍ୱାତ୍ ଧନମାପ୍ନୋତି, ଧନାତ୍ ଧର୍ମ ତତଃ ସୁଖମ୍ ।।"
 
ଶିକ୍ଷିତ ବ୍ୟକ୍ତି ଶିଷ୍ଟ ଓ ବିନୟୀ ହେବା ଉଚିତ । ମଣିଷର ମହନୀୟତାର ବିକାଶ ପାଇଁ ସେ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ଆଦି ମାନବୀୟ ମୂଲ୍ୟବୋଧ ଦ୍ୱାରା ନିଜ ଜୀବନକୁ ପରିପୃଷ୍ଠ କରିବା ଉଚିତ । ସୁଖ, ଦୁଃଖ, ବିପଦ, ସବୁସମୟରେ ସମସ୍ତ ସମ୍ପର୍କକୁ ବଜାୟ ରଖିପାରୁଥିବା ସମ୍ଭାବାସନ୍ନ ବ୍ୟକ୍ତି ହିଁ ସଭ୍ୟ ଓ ଶିକ୍ଷିତ ।

ସଫଳତାର ଶୀର୍ଷକୁ ଉନ୍ନୀତ ହେବାପାଇଁ ପ୍ରୟାସୀ ମଣିଷକୁ ସମୟ ସମୟରେ ବିଫଳତାର ସ୍ୱାଦ ଚାଖିବାକୁ ପଡିଥାଏ । ତାହା ନ ହେଲେ ଜୀବନଟା ରୁଚିହୀନ, ରଙ୍ଗହୀନ ଓ ସ୍ୱାଦଧୀନ ହୋଇଯାଏ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ନ ହେଲେ ମଣିଷ କେବେ ବଡ଼ ହୋଇପାରିବ ନାହିଁ ।

ସେହିପରି ସଂସାରରେ ସମସ୍ତେ ରୂପା ଚାମଚ ତୁଣ୍ଡରେ ଧରି ଜନ୍ମ ନେଇ ନଥାନ୍ତି, କି କେହି ଜନ୍ମ ହେବାକ୍ଷଣି ଶିକ୍ଷିତ ବା ଜ୍ଞାନୀ ହୋଇଯାନ୍ତି ନାହିଁ । ସଂକ୍ଷେପରେ କହିବାକୁ ଗଲେ ଶିକ୍ଷା, ମଣିଷର ଚିନ୍ତା ଓ ଚେତନାକୁ ପରିମାର୍ଜିତ କରି ତା' ଭିତରେ ଏକ ମହାନୀୟ ବ୍ୟକ୍ତିତ୍ୱର ବିକାଶ କରାଇଥାଏ, ଯାହାକି ତା'କୁ ଜ୍ଞାନ ପ୍ରାପ୍ତି ଆଡ଼କୁ ବାଟ କଢ଼ାଇ ନିଏ ।

ଆଧୁନିକ ମାନବ, ଯନ୍ତ୍ରଶକ୍ତିର ବ୍ୟାପକ ଅଭିବୃଦ୍ଧି ଘଟାଇ ନିଜେ ଯନ୍ତ୍ରର ଦାସ ବନିଯାଇଛି । ନା ତା'କୁ କାର୍ଯ୍ୟରେ ମିଳୁଛି ଆନନ୍ଦ ନା ପରିତୃପ୍ତି । ଏହାଦ୍ୱାରା କର୍ତ୍ତବ୍ୟନିଷ୍ଠ ମଣିଷ ଅକର୍ତ୍ତବ୍ୟନିଷ୍ଠ ହୋଇ କମ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବାର ରାସ୍ତା ଖୋଜି ପାରିଛି ସତ, କିନ୍ତୁ ଏକଥା ଭୁଲି ଯାଇଛି ଯେ ତାହାର ସମସ୍ତ ସମ୍ୱଳ ସୀମିତ ଏବଂ ସମସ୍ତ ଆଶା ଅସୀମ । ସୀମିତ ସମ୍ୱଳ ମଧ୍ୟରେ ଅସୀମ ଅଭାବକୁ ପୂରଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ଔଷଧ ରାଗରେ ତାଟିଆ କାମୁଡ଼ିବା ପରି, ମଣିଷ ବିନା ପରିଶ୍ରମରେ କିପରି ଅଧିକ ଉପାର୍ଜନ କରି ନିଜର ଆର୍ଥିକ ଅଭିବୃଦ୍ଧି କରିପାରିବ, ସେଥିପାଇଁ ସୂକ୍ଷ୍ମ ଉପାୟମାନ ବାହାର କରିଚାଲିଛି । ଶ୍ରମର ମହତ୍ତ୍ୱକୁ ଆଜି ସେ ଭୁଲିଯାଇଛି । ଶିକ୍ଷିତ ହେବା ନାଁରେ ନିଜର ଚରିତ୍ର ସ୍ଖଳନ କରିଚାଲିଛି ।

ଏଇ ତ ହେଉଛି ଆଜିର ଶିକ୍ଷା ଓ ସମାଜ ???



__________________________________End__________________________________


This story is my first ever article which I wrote during my 3rd in engineering. This article was published in the annual magazine "Quasar" in 2015. I had written this article by inspiring from an article published in a school magazine written by one of their teachers.

As we know everything in this world would change with education. If we want to change something, we need to change something. And the 2nd something is our education. We must learn some good qualities and those would help us to go forward in this world. The old mindset must change w.r.t our education. So education is really necessary for us. And as we are social beings, we must learn some from the society also.



0 comments:

Post a Comment