ଅନୁଭୂତିରେ ୨୦୧୫

ଆଉ ମାତ୍ର କିଛି ସମୟ ପରେ ବିଦାୟ ନେଇଯିବ ବର୍ଷ ୨୦୧୫, ଯାହାକି ଆଉ କେବେ ଆସିବନି । ୨୦୧୫ ବର୍ଷ ଛାଡ଼ିଯାଇଛି ଅନେକ କିଛି ସ୍ମୃତି । ସବୁଠାରୁ ବଡ଼ ସ୍ମୃତି ହେଲା ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର, ନିଜର ପୂର୍ବ ବିଗ୍ରହ ତ୍ୟାଗ କରି ଏକ ନୂଆ ବିଗ୍ରହରେ ପ୍ରବେଶ କରିଥିଲେ । ଏମିତି ଅନେକ ଛୋଟ ବଡ଼ ଘଟଣାରେ ପୂରି ରହିଛି ବର୍ଷ ୨୦୧୫ । ସେଥିରୁ ମୋର ନିଜର କିଛି ଅନ୍ତରଙ୍ଗ ମୂହୁର୍ତ୍ତକୁ ନେଇ ଏଇ ଲେଖା ।

ସବୁଠାରୁ ବଡ଼ ସ୍ମୃତି ଥିଲା, ରୁମ୍‌ପିଲାଙ୍କ ସ‌ହ ଚିତ୍ରକୂଟ ଓ ତିରଥଗଡ଼ର ଭୋଜି ଓ ଭ୍ରମଣ । ୨୩ ଜାନୁୟାରୀର ଏହି ଭ୍ରମଣ ଥିଲା ୨୦୧୫ର ପ୍ରଥମ ଭ୍ରମଣ । ଦୀର୍ଘ ୫୦୦କିମିର ଯିବା ଆସିବା ପରେ ବି କା ନ‌ଥିଲା, କାରଣ ସେ ଜାଗା ଥିଲା ସେମିତି, ଥରେ ଦେଖିଦେଲେ ମନ ପୂରିଯିବ । ପରଦିନ ପୁଣି ସରସ୍ୱତୀ ପୂଜା ଥିଲା । ଏମିତି ଥିଲା ପ୍ରଥମ ଭ୍ରମଣ ।

୨୨ ଜାନୁୟାରୀ ରାତିରେ ଯାତ୍ରା ଆରମ୍ଭ
୨୨ ଜାନୁୟାରୀ ରାତିରେ ଯାତ୍ରା ଆରମ୍ଭ
ତିରଥଗଡ଼ର ଝରଣା ପାଖରେ ଏକ ମନୋରମ ଦୃଶ୍ୟ ।
ତିରଥଗଡ଼ର ଝରଣା ପାଖରେ ଏକ ମନୋରମ ଦୃଶ୍ୟ ।
ଚିତ୍ରକୂଟର ଝରଣା ଆଗରେ ।
ଚିତ୍ରକୂଟର ଝରଣା ଆଗରେ ।
ସମସ୍ତଙ୍କ ସ‌ହ ଗୃପ୍ ଫଟୋ ।
ସମସ୍ତଙ୍କ ସ‌ହ ଗୃପ୍ ଫଟୋ ।
ପରେ ପରେ ପୁଣି ଥିଲା ବ୍ରାଞ୍ଚ ପିକ୍‌ନିକ୍, ସବୁ ପିଲାଙ୍କ ସ‌ହ ପ୍ରଥମଥର ଏହି ଭ୍ରମଣ ଥିଲା ଅତ୍ୟନ୍ତ ମଜାଦାର । ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ନୃସିଂହ‌ନାଥଙ୍କ ମନ୍ଦିର ଓ ସେ ଝରଣା ଥିଲା ଅତ୍ୟନ୍ତ ମନମୁଗ୍ଧକର ।

ସବୁ ସାଥିଙ୍କ ସ‌ହ ଗୃପ୍ ଫଟୋ ।
ସବୁ ସାଥିଙ୍କ ସ‌ହ ଗୃପ୍ ଫଟୋ ।
କଲେଜର ବାର୍ଷିକ ଉତ୍ସବ ଥିଲା ଆହୁରି ମଜାଦର, ଦୁଇଦିନ ଧରି ଚାଲିଥିଲା ଏହି ଉତ୍ସବ ।
କାହ୍ନଭାଇଙ୍କ ସ‌ହ ଏକ ମଜାଦାର ଫଟୋ ।
କାହ୍ନଭାଇଙ୍କ ସ‌ହ ଏକ ମଜାଦାର ଫଟୋ ।
ଓଡ଼ିଆ ସଂଗୀତ ଜଗତର ଉଦୀୟମାନ ଗାୟକ, ବିଷ୍ଣୁମୋହ‌ନ କବିଙ୍କ ସ‌ହ ।
ଓଡ଼ିଆ ସଂଗୀତ ଜଗତର ଉଦୀୟମାନ ଗାୟକ, ବିଷ୍ଣୁମୋହ‌ନ କବିଙ୍କ ସ‌ହ ।
ଆଉ ଏକ ସ୍ମୃତିଭରା ମୂହୁର୍ତ୍ତ ଥିଲା ଆମର ବଡ଼ ଭାଇଭଉଣୀମାନଙ୍କୁ ଦିଦାୟ ଦେବା । ୬ଷ୍ଠ ସେମିଷ୍ଟାରର ପୂର୍ବରୁ ଅପ୍ରେଲ ୨୦ରେ ହୋଇଥିଲା ଏହି ବିଦାୟର ପର୍ବ ।

ରୁବି ଅପାଙ୍କ ସ‌ହ ଏକ ଫଟୋ ।
ରୁବି ଅପାଙ୍କ ସ‌ହ ଏକ ଫଟୋ ।
ଆମ ସାଙ୍ଗ ଆଉ ବଡ଼ ଭାଇଭଉଣୀମାନଙ୍କ ସ‌ହ ଏକ ଗୃପ୍ ଫଟୋ ।
ଆମ ସାଙ୍ଗ ଆଉ ବଡ଼ ଭାଇଭଉଣୀମାନଙ୍କ ସ‌ହ ଏକ ଗୃପ୍ ଫଟୋ ।
୬୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ପାଳନ କରିଥିଲୁ, ୪ବର୍ଷ ମଧ୍ୟରେ ପ୍ରଥମ ଥର ସ୍ୱାଧୀନତା ଦିବସ କଲେଜରେ ପାଳିଥିଲି । ସେହି ପାଳନ ଅବସରରେ ବୃକ୍ଷରୋପଣ ଥିଲା ସବୁଠାରୁ ଏକ ବଡ଼ ସ୍ମୃତି, ପ୍ରଥମ କରି ବୃକ୍ଷରୋପଣ କରିଥିଲୁ କଲେଜ ପରିସରରେ ।

WP_20150815_09_02_27_Pro

ବୃକ୍ଷରୋପଣ ।
ବୃକ୍ଷରୋପଣ ।
ଗଣେଶପୂଜାରେ କଲେଜ ଅଧକ୍ଷଙ୍କ ସ‌ହ ।
ଗଣେଶପୂଜାରେ କଲେଜ ଅଧକ୍ଷଙ୍କ ସ‌ହ ।
ଏଇ ବର୍ଷ ଗଣେଶପୂଜା ଓ ବିଶ୍ୱକର୍ମାପୂଜା ଏକାଦିନରେ ପଡ଼ିଥିଲା ଓ କଲେଜରେ ଏକାସାଙ୍ଗରେ ଦୁଇଟିଯାକ ପୂଜା ଅନୁଷ୍ଠିତ ହୋଇଥିଲା ।
ପରେ ପରେ ଦୁର୍ଗାପୂଜା ଛୁଟିରେ ସାଙ୍ଗଙ୍କ ସ‌ହ ପୂଜା ବୁଲି ଦେଖିବା ଥିଲା ଆଉ ଏକ ବଡ଼ ଆନନ୍ଦ ।

IMG_20151021_125303

ବାପାମାଆଙ୍କ ସ‌ହ ପୁରୀ, କୋଣାର୍କ ଓ ପାଖାପାଖି ଜାଗାର ଭ୍ରମଣ ଥିଲା ଆଉ ଏକ ବଡ଼ ସ୍ମୃତି । ଦୁର୍ଗାପୂଜାର ଦଶ‌ହରା ଦିନ ସକାଳ ୫ଟାରୁ ରାତି ୧୨ଟା ଯାଏ ୫ଟା ସ୍ଥାନ ଭ୍ରମଣ ଥିଲା ମୋର ପ୍ରଥମ ସ୍ମୃତି ଯେଉଁଠି କମ୍ ସମୟରେ ଅଧିକ ଜାଗା ବୁଲିଥିଲୁ ।

ପରିବାରର ସମସ୍ତେ ଏକ ସେଲ୍‌ଫିରେ ।
ପରିବାରର ସମସ୍ତେ ଏକ ସେଲ୍‌ଫିରେ ।
୨୦୧୫ର ସବୁଠାରୁ ବଡ଼ ଅନୁଭୂତି ଥିଲା, ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିରେ ଯୋଗଦାନ । ଅକ୍ଟୋବର ୨୫ରେ IMAGE କାର୍ଯ୍ୟାଳୟ ପରିସରରେ ପାଳିତ ଏହି ଉତ୍ସବ ଥିଲା ଅତ୍ୟନ୍ତ ଉତ୍ସାହଜନ‌କ ।

ଉଇକିପେଡ଼ିଆରେ ସମସ୍ତ ବନ୍ଧୁଙ୍କ ସ‌ହ ଏକ ଗୃପ୍ ଫଟୋ ।
ଉଇକିପେଡ଼ିଆରେ ସମସ୍ତ ବନ୍ଧୁଙ୍କ ସ‌ହ ଏକ ଗୃପ୍ ଫଟୋ ।
ପରେ ପରେ କାଳିପୂଜା ତ‌ଥା ଦୀପାବଳୀ ଦିନର ସ୍ମୃତି ଥିଲା ଅଲଗା ପ୍ରକାରର । ଦୀପ ଜଳାଇବା ସାଙ୍ଗରେ ସାଙ୍ଗଙ୍କ ସ‌ହ ଭୋଜି ଥିଲା ଆନନ୍ଦ‌ଦାୟକ ।

DSCN0980

ଶେଷରେ ଥିଲା ବଡ଼ଦିନର ଭୋଜି । ରୁମ୍‌ରେ ୧୫ଜଣ ପିଲାଙ୍କ ସ‌ହ ବଡ଼ଦିନ ପାଳିବା ଥିଲା ମୋର ପ୍ରଥମ ଅନୁଭୂତି ।

DSCN2567

ଶେଷରେ କ‌ହିବାକୁ ଗଲେ ୨୦୧୫ବର୍ଷରେ ମୋର ଆହୁରି ଅନେକ ଛୋଟ ବଡ଼ ସ୍ମୃତି ଅଛି, ଯେମିତିକି ନବକଳେବର ରଥଯାତ୍ରା ପ୍ରତିଯୋଗିତାରେ, ୩ୟ ପ୍ରଶ୍ନରେ ବିଜୟୀ ହେବା ।

ସଂକ୍ଷେପରେ ୨୦୧୫:

*ପ୍ରଥମ କରି ମୋ ଲେଖା ଆମ କଲେଜ ପତ୍ରିକାରେ ସ୍ଥାନ ପାଇଲା, ପୁଣି ଏକାଥରେ ଦୁଇଟି ଲେଖା ।
*୨୦୧୩ରୁ ଟୁଇଟରରେ ଯୋଗଦେଇଥିଲେ ମଧ୍ୟ ୨୦୧୫ ମାର୍ଚ୍ଚରୁ ସଚଳ ହେଲି ।
*ପ୍ରଥମ କରି ବୃକ୍ଷରୋପଣ କଲି ।
*ଭ୍ରମଣ ପାଇଁ ପ୍ରଥମଥରେ ଓଡ଼ିଶା ବାହାରକୁ ଛତିଶଗଡ଼ ଯାଇଥିଲୁ ।
*କୌଣସି ସାମୁହିକ ଉତ୍ସବ(ଉଇକିପିଡ଼ିଆ)ରେ ପ୍ରଥମ କରି ଯୋଗଦେଲି ।
*ନୂଆ କରି ବ୍ଲଗ୍ ଲେଖିବା ଆରମ୍ଭ କଲି । ଓଡ଼ିଆରେ, ଇଂରାଜୀରେ ମଧ୍ୟ ଲେଖିବା ଆରମ୍ଭ କଲି ।
*ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ଅତି ନିକଟରୁ ଅନୁଭବ କରିଥିଲି ।

ଶେଷରେ ବିଦୟ ଦେବାକୁ ହେବ ୨୦୧୫କୁ ଓ ସ୍ୱାଗତ କରିବାକୁ ହେବ ୨୦୧୬କୁ ପୁଣି ଏକ ନୂଆ ଆଶା ଓ ଉଦ୍ଦୀପନର ସ‌ହ । ଏକ ନୂଆ ସୂର୍ଯ୍ୟର ଅଲୋକ ସ‌ହ ।

DSCN0454 copy

Puja Time in Odisha

Odia people celebrate many festivals in a year. From those DurgaPuja is the biggest. Mainly three festivals, DurgaPuja, LaxmiPuja and KaliPuja are celebrated in different places. Cuttack is famous for DurgaPuja, Dhenkanala is for LaxmiPuja and Bhadrak is famous for KaliPuja. These festivals are celebrated in the month of October and November.

କର୍ତ୍ତବ୍ୟ

ନମସ୍କାର !
ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସ‌ହରରେ ବୁଲୁବୁଲୁ ଜଣେ ଲୋକ‌କୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।

ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନ‌କୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସ‌ହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କ‌ହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"

ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।


____________________________End____________________________


This is not a story, it's a real-life experience. In this evening I and one of my friend were gone to the market. There is a mixture shop where a number of people eat corn mixture. The shopkeeper gives in a paper packet. And after eating, everyone throws the paper packets on the road. And there is no dustbin also by the shopkeeper.

We also love that mixture and after eating we also through the paper packets on the road. But today, I saw a man collecting those paper packets and gathering them. That man looks like a mad one. He doesn't have any home to live, so he is sleeping outside of the Durga Mandapa. I asked him about the matter, why he is gathering them? He simply replied me that, he doesn't have any home to sleep. So he is sleeping there. And those paper packets gives him trouble, so he gathering those and make some fire to those. He also said that he doesn't like garbage. He may sleep in the dust, but he doesn't like dust. So he is cleaning them as his duty for the environment.

We all love the cleaned place to live, but we forget about them who are living outside our room. We are cleaning our place and threw the garbage to them. We should take care of them also.


About Myself

My self Sangram Keshari Senapati, commonly known as ଗପୁ, an Engineering student at Government College of Engineering Kalahandi, Bhawanipata. I know I'm not special, I'm just a limited edition. I believe that I can't do everything but try to do something among everything.

ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ

ପବିତ୍ର କାଳୀପୂଜା ଓ ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । କାଳୀପୂଜାରେ ମାଆ କାଳୀଙ୍କର ଆରାଧନା କରାଯାଏ ଓ ଦୀପାବଳୀକୁ ଆଲୋକର ପର୍ବ ଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

ଲୋକ‌କଥା ଅନୁସାରେ, ବିଜୟା ଦଶମୀରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣର ବଦ୍ଧ କରିବା ପରେ ମାତା ସୀତାଙ୍କୁ ନେଇ ଦୀପାବଳୀ ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ ଓ ତାଙ୍କୁ ରାଜନଅରକୁ ସ୍ୱାଗତ କରିବାପାଇଁ ତାଙ୍କର ତିନିମାତା ସମଗ୍ର ନଅରକୁ ଦୀପରେ ସଜାଇଥିଲେ । ସେହି ଦିନରୁ ଏହି ଉତ୍ସବ ଦୀପାବଳୀ ଭାବରେ ପାଳନ କରାଯାଉଛି । ଏହି ଦିନ ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ ଓ ପରେ କାଉଁରିଆ କାଠି ଜାଳି ଆଲୋକ ଦେଖାଇ ସ୍ୱର୍ଗାଲୋକ‌କୁ ଫେରିଯିବାକୁ ପ୍ରାର୍ଥନା କରନ୍ତି । ଋକ୍ ବେଦ ଅନୁସାରେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ ।


କିନ୍ତୁ ଏବେ ଦୀପାବଳୀରେ ଲୋକମାନେ ଦୀପଜାଳିବା ପରିବର୍ତ୍ତେ ବ‌ହୁତ ଶବ୍ଦ କରୁଥିବା ବାଣ ଓ ବିଭିନ୍ନ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ ବିଷ୍ଫୋରକ ଆଦିକୁ ବ୍ୟବ‌ହାର କରୁଛନ୍ତି । ଯାହାଫଳରେ ଦୀପାବଳୀର ରାତିରେ ଆକାଶ ସମ୍ପୂର୍ଣରୂପେ ଧୂଆଁମୟ ହୋଇଯାଉଛି, ଯାହାକି ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି ଏବଂ ପ୍ରଚଣ୍ଡ ଶବ୍ଦ‌ଦ୍ୱାରା ଅନେକ ଜୀବଜନ୍ତୁ ଓ ପକ୍ଷୀମାନ ଅଚମ୍ବିତ ଓ ଆଶ୍ଚର୍ଯ୍ୟ ହୋଇ ପ୍ରାଣ ହରାଉଛନ୍ତି । ବାୟୁମଣ୍ଡଳର ପ୍ରଦୂଷଣ ଯୋଗୁଁ ନାନାଦି କ୍ଷତି ହେଉଛି, ଯାହା ଆପଣମାନଙ୍କୁ ଉଣା ଅଧିକେ ଜଣାଅଛି । ସେଥିପାଇଁ ସମସ୍ତଙ୍କୁ ମୋର ବିନମ୍ର ଅନୁରୋଧ, ଦୀପାବଳୀରେ ଦୀପ କିଣନ୍ତୁ, ଯାହାଦ୍ୱାରା ଏକ ଗରୀବ ଦୀପବିକାଳି କିମ୍ବା ଦୀପ ତିଆରି କରୁଥିବା ବ୍ୟକ୍ତି ଉପକୃତ ହେବ ଏବଂ ଏଥିରେ କାହାରି କିଛି କ୍ଷତି ହେବନି, ବରଂ ନିଜର କିଛି ଟଙ୍କା ବଞ୍ଚିବ । ଯଦି ଆମେ ଏପରି କରିବା ଆମ ପରିବେଶକୁ ଆମେ ସୁସ୍ଥ ରଖିପାରିବା, କାରଣ ଆମ ସମାଜ ଓ ଆମ ପରିବେଶର ଦାୟିତ୍ୱ ଆମ ହାତରେ ସରକାରଙ୍କ ହାତରେ ନୁହେଁ । ଏବେ ଆହୁରି ଗୋଟେ ବଡ଼ ଜିନିଷ ଦେଖିବାକୁ ମିଳୁଛି କି ଆମରି ଲୋକମାନେ ଘରେ ବନାଉଥିବା ଫୁଲଝରି କିମ୍ବା ବାଣ ପରିବର୍ତ୍ତେ ଲୋକମାନେ ଚୀନରୁ ଆସୁଥିବା ରସାୟନ ବାଣ ଅଧିକ କିଣୁଛନ୍ତି । ଯଦିଓ ଏହି ବାଣ ଶସ୍ତାରେ ମିଳୁଛି କିନ୍ତୁ ଏହି ସବୁ ବାଣର ପରିବେଶ ଉପରେ ଅନେକ କ୍ଷତିକାରକ ପ୍ରଭାବ ରହୁଛି । ଏବଂ ଶେଷରେ ଆଉ ଏକ ବିଶେଷ ଅନୁରୋଧ, ଏପରି ଅଧିକ ଶବ୍ଦ କରୁଥିବା ବାଣ ବ୍ୟବ‌ହାର ନ କରିବା ପାଇଁ । ପ୍ରଥମେ ଅପଣ ଏପରି କରନ୍ତୁ, ଧିରେ ଧିରେ ଆଖପାଖଲୋକ ବି ଆପଣଙ୍କୁ ଦେଖି ଅଧିକ ଶବ୍ଦ କରୁଥିବା ବାଣ ଓ ଅଧିକ ଧୁଆଁ ବାହାରୁଥିବା ବାଣର ବ୍ୟବ‌ହାର ବନ୍ଦ କରିଦେବ । ଫଳରେ ଆମ ପରିବେଶ କିଛିମାତ୍ରାରେ ପ୍ରଦୂଷଣ ମୁକ୍ତ ରହିବ ।

ଦୀପାବଳୀକୁ ଏପରି ପାଳନ୍ତୁ, ଯାହା ଏହାର ନାମକୁ ଚରିତାର୍ଥ କରିବ, ନିଜର ଇଚ୍ଛା ଓ ଦେଖେଇବା ପଣିଆକୁ ନୁହେଁ ।

ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି

ଓଡ଼ିଆ ଭାଷା ଶାସ୍ତ୍ରୀୟଭାଷାର ମାନ୍ୟତା ପାଇସାରିଛି । ଏବେ ସବୁସ୍ଥାନରେ ଓଡ଼ିଆ ଭାଷାର ବ୍ୟବ‌ହାର ହୋଇପାରିବ । ଓଡ଼ିଆ ଭାଷା ବ‌ହୁ ଦିନରୁ ପ୍ରଚଳିତ ହୋଇଆସିଛି, ତେଣୁ ଓଡ଼ିଆ ଭାଷାରେ ଅନେକ ବ‌ହି ଓ ଲେଖାମାନ ଅନେକ ଲେଖକଙ୍କ ଦ୍ୱାରା ଲେଖାଯାଇଛି । ଏହି ବ‌ହିମାନଙ୍କ ମଧ୍ୟରୁ ଅନେକ ପାଠକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଆଜି ବି ଏମିତି କିଛି ପାଠକ ଅଛନ୍ତି, ଯେଉଁମାନେ ଏହି ସବୁ ବ‌ହିକୁ ପଢ଼ିବାକୁ ସୁଯୋଗ ପାଇନାହାନ୍ତି । ଏହାର କାରଣ ହେଉଛି, ଏହି ବ‌ହିମାନ ସବୁସ୍ଥାନରେ ଉପଲବ୍ଧ ହେଉନାହିଁ କିମ୍ବା କେହି କେହି ଏହାର ମୂଲ୍ୟଦେଇ କିଣିବାକୁ ସାମର୍ଥ୍ୟ ନୁହ‌ନ୍ତି । ସେଥିପାଇଁ ଓଡ଼ିଆ ଉଇକିପାଠାଗାରର ଆରମ୍ଭ ହୋଇଥିଲା । ପୂର୍ବରୁ ଓଡ଼ିଆ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲେ ହେଁ ଓଡ଼ିଆ ଉଇକିପାଠାଗାର ପୂର୍ବ ବର୍ଷରୁ ଆରମ୍ଭ ହୋଇଛି ।

ଏହି ଗୋଟେ ବର୍ଷ ମଧ୍ୟରେ ଓଡ଼ିଆ ଉଇକିପାଠାଗରରେ ୨୦୬ ଖଣ୍ଡ ବ‌ହି ଲେଖା ସମାପ୍ତ ହୋଇଛି । ଉଇକିପାଠାଗାରକୁ ଅକ୍ଟୋବର ୨୦ରେ ବର୍ଷେ ପୂରଣ ହୋଇଥିଲେ ହେଁ, ଅକ୍ଟୋବର ୨୫ରେ ଏହାର ପ୍ରଥମ ଜନ୍ମତିଥି Institute of Management for Agricultural Extension(IMAGE)ରେ ପାଳନ କରାଯାଇଥିଲା । ଜଣେ ସକ୍ରିୟ ଓଡ଼ିଆ ୱିକିଆଳି ହିସାବରେ ମୁଁ ମଧ୍ୟ ଉକ୍ତ ଆୟୋଜନରେ ଅଂଶଗ୍ରହଣ କରିଥିଲି ଓ ଏହାର ଅନୁଭୂତି ବିଷୟରେ କିଛି ଲେଖୁଛି ।

ପୂର୍ବରୁ ଅନେକ ସ୍ଥାନରେ ଜନ୍ମତିଥିଗୁଡ଼ିକରେ ଅଂଶଗ୍ରହଣ କରିସାରିଥିଲେ ମଧ୍ୟ ଏହି ଅୟୋଜନରେ ଅଂଶଗ୍ରହଣ କରିବାରେ ମିଳିଥିଲା ଏକ ନିଆରା ଅନୁଭୂତି । କାରଣ ଏହା ଥିଲା ଭାଷାଭିତ୍ତିରେ ଏକ ଗୋଷ୍ଠୀ, ଯେଉଁଠି ସଭିଏଁ ଆମର ମାତୃଭାଷା ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଥମ କରି ଅନେକ ନୂଆ ଉଇକିଆଳିଙ୍କ ସ‌ହ ବନ୍ଧୁତା, ନୂଆ କଥା ଶିକ୍ଷା କରିବା ତ‌ଥା ମିଳିମିଶି କର୍ଯ୍ୟ କରିବାରେ ସୁଫଳ ମିଳିବାର ଉଦାହରଣ ଦେଖିବାକୁ ମିଳିଥିଲା । ପ୍ରଥମେ ସବୁ ଉଇକିଆଳି ବନ୍ଧୁମାନଙ୍କ ସ‌ହ ମିଶିବାର ସୁଯୋଗ ମିଳିଲା । ପରେ ପରେ ସଭିଙ୍କ ସ‌ହ ମିଶି ଉଇକିପାଠାଗାର ଓ ଉଇକିପିଡ଼ିଆ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଲା । ଏଠାରେ ସବୁ ବୟସର ଉଇକିଆଳିମାନେ ଏକାଠୀ ବସି ନିଜ ନିଜର ମତ ପ୍ରଦାନ କଲେ । ସମସ୍ତ ବିଷୟରେ ଆଲୋଚନାରେ କିଛିକିଛି ନୂଆ ଜିନିଷ ଶିଖିବାକୁ ମିଳିଥିଲା । ଶେଷରେ ସନ୍ଧ୍ୟା ୫ଟାରେ ଅତିଥିମାନେ ଅସିଥିଲେ । ଅତିଥିମାନଙ୍କ ଦ୍ୱାରା ଛେନାପୋଡ଼ କଟାଯାଇଥିଲା ଓ ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା ବିଷୟରେ ଅନେକ କିଛି ଜାଣିବାକୁ ପାଇଥିଲି । ଉକ୍ତ ସଭାରେ ଡଃ ସୁବାସ ଚନ୍ଦ୍ର ରାଉତଙ୍କ ଦ୍ୱାରା ଅତିଥିମାନଙ୍କର ସ୍ୱାଗତ ପର୍ବ ଅନୁଷ୍ଠିତ ହୋଇଥିଲା । ବ‌ହିମାନଙ୍କୁ ଡିଜିଟାଇଜ୍ କରିବାର କାରଣ ବିଷୟରେ ସୃଜନିକାର ଜୀବନ ପଣ୍ଡା ମହୋଦୟ ବୁଝାଇଥିଲେ । ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର ବିଷୟରେ ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ମୃତ୍ୟଞ୍ଜୟ କର ଓ ସୁଭାସିଷ ପାଣିଗ୍ରାହୀ ମହୋଦୟ ଉପସ୍ଥାପନା କରିଥିଲେ । ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟକୁ ଆଗକୁ ନେବାର ପରାମର୍ଶ ଅତିଥିମାନେ ପ୍ରଦାନ କରିଥିଲେ ।

ଏହି ସଭାରେ ଯୋଗଦାନ ମୋ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଥିଲା । ଏହି ସଭାରେ ଯୋଗଦେବା ପରେ ମୋତେ ମଧ୍ୟ ମୋର ମାତୃଭଷା ବିଷୟରେ ଅନେକ କିଛି ତ‌ଥ୍ୟ ଜାଣିବାକୁ ମିଳିଲା ।

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"

ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ । “ବିଦ୍ୟା ଦ‌ଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସ‌ହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବ‌ହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବ‌ହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନ‌ଜର ପକାଇବା ।

ପିଲାଟିଏ ଟିକେ ଟିକେ କଥା କ‌ହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍‌ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍‌ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କ‌ହିବା ମନା, କେବଳ ଇଂରାଜୀରେ କ‌ଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କ‌ହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେ‌ହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବ‌ହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବ‌ହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ।

ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କ‌ହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍‌ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍‌ରେ କ‌ହିପାରନ୍ତିନି ।

ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବ‌‌ହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କ‌ହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।

ଏହି ସବୁ କଥା କ‌ହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।